You are currently viewing ମୁହାଁ ମୁହିଁ ଧକ୍କା ହେଲେ  ୩ଟି ଟ୍ରକ ।

ମୁହାଁ ମୁହିଁ ଧକ୍କା ହେଲେ ୩ଟି ଟ୍ରକ ।

  • Post category:ଓଡିଶା
  • Reading time:1 mins read

ନୂଆପଡା(ଏଏନଏସ)୧୩/୦୪, ଆଜି ଭୋର ସମୟରେ ନୂଆପଡା ଜିଲ୍ଲା କୋମନର ଥାନା ଅନ୍ତର୍ଗତ ଝାଲ କୁସୁମ ଗାଁ ନିକଟରେ ତିନୋଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଡ୍ରାଇଭର ଓ ହେଲପର ଆହାତ ହୋଇଛନ୍ତି । ସେମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଆଜି ଭୋର ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ମାଲ ବୋଘେଇ ଟ୍ରକ ଝାଲକୁସୁମ ଗାଁ ପାଖ ରାସ୍ତାକଡରେ ଛିଡା ହୋଇଥିଲା । ଏହି ସମୟରେ ପଛରୁ ଏକ ଟ୍ରକ ଆସି ତାକୁଧକ୍କା ଦେଇଥିଲା । ଫଳରେ ମାଲ ବୋଝେଇ ଟ୍ରକଟି ଆଗକୁ କିଛି ବାଟ ପଳାଇଥିଲା । ଏହି ସମୟରେ ବିପରୀତ ଦିଗରୁ ଆଉ ଏକ ଟ୍ରକ ଆସୁଥିଲା । ଏହା ମାଲବୋଝେଇ ଟ୍ରକକୁ ଧକ୍କାଦେଇଥିବା ଟ୍ରକଟି ରାସ୍ତା ଉପରେ ଠିଆ ହୋଇଥିବାବେଳ ତାକୁ ସାମ୍ନାପଟୁ ପିଟିଥିଲା । ଫଳରେ ଛିଡା ହୋଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଆହାତ ହୋଇଥିଲେ । ଟ୍ରକର ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଯାନାବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।