You are currently viewing ୪୦% ବିଦେଶ ଫେରନ୍ତାଙ୍କ ମିଳୁନି ପତ୍ତା

୪୦% ବିଦେଶ ଫେରନ୍ତାଙ୍କ ମିଳୁନି ପତ୍ତା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର(ଏଏନଏସ) ୦୬.୧୨.୨୦୨୧, କରୋନା ନୂଆ ଭାରିଆନ୍ତ ଏବେ ଚିନ୍ତା ର କାରଣ ପାଲଟିଛି । ଦେଶରେ ଏଯାଏଁ ମୋଟ ୨୧ ଜଣ ଓମିକ୍ରାନ୍ ସଂକ୍ରମିତ ଚିହ୍ନଟ ହେଲେଣି । ବିଦେଶ ଫେରନ୍ତା ଏହି ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ଏହାରି ଭିତରେ ଓଡିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କର ପତ୍ତା ମିଳୁନାହିଁ । ତେବେ ସେମାନେ ଏଆର ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ଠାବ କରିପାରୁନି । ତେବେ ପୋର୍ଟାଲରେ ସେଲ୍ପ ଡିକ୍ଲରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ଯାହା ଫଳରେ ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି । ଯାହା ଚିନ୍ତା ବଢ଼ାଇଛି ।

ସେହିପରି ଯେଉଁମାନେ ବିଦେଶରୁ ଫେରୁଛନ୍ତି,  ସେମାନଙ୍କୁ ସହଜରେ ଟ୍ରେସିଂ କରିବା ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଖୁବ୍‌ ସହଜରେ ସେମାନଙ୍କ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଓମିକ୍ରନକୁ ନେଇ ଭୟ କରିବାର ନାୟିଁ। କେବଳ ସତର୍କ ରହିବାର ଅଛି । ଟିକାକରଣକୁ ଜୋରଦାର କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଅନ୍ୟମାନଙ୍କୁ ଜଣାନ୍ତୁ।