You are currently viewing ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଇଞ୍ଜିନିୟରିଂ ଛାତ୍ର ଗୁରୁତ୍ୱର ଜଣେ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଇଞ୍ଜିନିୟରିଂ ଛାତ୍ର ଗୁରୁତ୍ୱର ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର –(ଏଏନଏସ) (୨୯.୦୮.୨୦୨୨) : ପିକ୍‌ନିକ୍ କରିବାକୁ ଯାଇଥିବା ୬ ଜଣ ଛାତ୍ରଙ୍କ ଦୁର୍ଘଟଣା ଶିକାର । ସେମାନେ ଗୋପାଳପୁର ବୁଲାବୁଲି କରି ଫେରିବା ସମୟରେ ଅଗସ୍ତିନୁଆଁ ଗାଁ ର ଛକ ନିକଟରେ ଡିଭାଇଡରରେ ପିଟି ହୋଇ ଏକ ଟ୍ରକ୍‌କୁ ଧକା ଦେଇଥିଲା କାର । ଘଟଣା ସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତ୍ୱର ଅଛି । ସେମାନଙ୍କୁ ଛତ୍ରପୁର ବଡ ମେଡିକାରେ ଭର୍ତ୍ତି କରାଯାଇଛି । ଆହାତ ଛାତ୍ର ହେଉଛନ୍ତି ସୁରଜ କୁମାର ମହନ୍ତ , ସର୍ଭେସ୍ କୁମାର ମହନ୍ତ, ସନୱାଜ୍ , ଅର୍କ ସରକାର, କୁମାର ଜନ୍ମଜୟ । ସମସ୍ତ ଛାତ୍ର ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ର ବୋଲି ଜଣାପଡିଛନ୍ତି ।
ଗତ କାଲି ଗୋପାଳପୁର ଯାଇଥିଲେ ସମସ୍ତ ଛାତ୍ର ଆଜି ଭୁବନେଶ୍ୱର ଫେରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ୍ ଅଗ୍ନିସମ ବାହିନୀ ପହଚିଂ ଆହାତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଗଞ୍ଜାମ ପୋଲିସ୍ ଘଟଣ।।ର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।