You are currently viewing ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ

ଭୁବନେଶ୍ୱରର ବିଭିନ୍ନ ଛକ ବୁଲିଲେ ୫-ଟି ସଚିବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୦୮, ଭୁବନେଶ୍ୱରରେ ଟ୍ରାଫିକ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଶିଶୁଭବନ ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ଭି.କେ. ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ପୂର୍ତ୍ତ ସଚିବ ଓ BMC କମିଶନର ସାଙ୍ଗରେ ଥିଲେ। ରାଜଧାନୀରେ ଦିନକୁ ଦିନ ଜନ ସଂଖ୍ୟା ସହ ଗାଡି ମୋଟର ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।