You are currently viewing ଆଜି ରାଜ୍ୟରୁ ୬୧୬୪ କରୋନା ପଜିଟିଭ ଚିହ୍ନଟ,  ୭ ମୃତ

ଆଜି ରାଜ୍ୟରୁ ୬୧୬୪ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର-୨୨.୦୪.୨୦୨୧, ରାଜ୍ୟରେ ୬ ହଜାର ପାର କଲା ଦୈନିକ ସଂକ୍ରମଣ | ଏନେଇ ଆଜି ରାଜ୍ୟରୁ ୬୧୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩୫୭୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୨୫୮୯ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୮୮୪୭୯, ସୁସ୍ଥ ସଂଖ୍ୟା ୩୫୧୩୮୬, ସମୁଦାୟ ସକ୍ରିୟ ସଂଖ୍ୟା ୩୫୦୭୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୦୦୯|
ଆଜି ରାଜ୍ୟରେ କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।