You are currently viewing କମୁନି କରୋନା ମୃତ୍ୟୁ ସଂଖ୍ୟା; ଆଜି ରାଜ୍ୟରୁ ୬୭ ମୃତ

କମୁନି କରୋନା ମୃତ୍ୟୁ ସଂଖ୍ୟା; ଆଜି ରାଜ୍ୟରୁ ୬୭ ମୃତ

ଭୁବନେଶ୍ୱର-୦୨.୦୮.୨୦୨୧ , ଆଜି ରାଜ୍ୟରେ କରୋନାରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ଜଣ, ସୁନ୍ଦରଗଡ଼ରୁ ୧୧, କଟକରୁ ୧୦, ପୁରୀରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ଅନୁଗୁଳ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବରଗଡ଼, ଯାଜପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୩୩କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୧ ହଜାର ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।