You are currently viewing ଭଦ୍ରକରେ ପାଳିତ ହେଲା ୭୪ ତମ ସାଧାରଣତନ୍ତ୍ର ଦିବସ

ଭଦ୍ରକରେ ପାଳିତ ହେଲା ୭୪ ତମ ସାଧାରଣତନ୍ତ୍ର ଦିବସ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(୨୬.୧.୨୩) : ଭଦ୍ରକ ଜିଲ୍ଲା ସ୍ତରୀୟ 74 ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ସି୍ଧେଶ୍ୱର ବଳିରାମ ବନ୍ଦୋର ଯୋଗ ଦେଇ ପତକା ଉତ୍ତେଳନ କରିଥିଲେ. ଏହି ପତକା ଉତେଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧକ୍ଷକ ବରୁଣୁ ଗୁଣ୍ଡୁପାଲି ଉପସ୍ଥିତ ରହିଥିଲେ. ଦୁଇ ବର୍ଷ ମହାମାରୀ କରୋନା ପରେ ଏଥର ଲୋକମାନଙ୍କ ଗ୍ରହଣରେ ଏହି ପରେଡ କାର୍ଯ୍ୟକ୍ରମ କରାଯାଉଛି.

ସେଥିପାଇଁ ଦିଲ୍ଲୀ ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁ ଆଡେ ଉତ୍ସବ ମୁଖର ହୋଇ ଉଠିଛି. ଭଦ୍ରକରେ ଅବସ୍ଥିତ ଏହି ପରେଡରେ 3 ପ୍ଲାଟୁନ ପୋଲିସ ଭାଗ ନେଇଥିବା ବେଳେ 30 ଟି ସ୍କୁଲର ପିଲାମାନେ ଭାଗ ନେଇଛନ୍ତି.ମୁଖ୍ୟ ଅତିଥି ଜିଲ୍ଲାପାଳ ସି୍ଧେଶ୍ୱର ବଳିରାମ ବନ୍ଦୋର ପତକା ଉତେଳନ କରି ଅଭିଭାଷଣରେ କହିଥିଲେ ଏହି ଜିଲ୍ଲା ହେଉଛି ସଂଗ୍ରାମୀ ଓ ବଳିଦାନର ମାଟି ଭଦ୍ରକରେ ବିକାଶ କରିବା ପାଇଁ କହିଥିଲେ. ପରେ ସମସ୍ତ ସ୍କୁଲ ଓ ପୋଲିସ ବାହିନୀ ପକ୍ଷରୁ ପରେଡ ସହ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ କରାଯାଇଥିଲା. ପରେ ବିଭିନ୍ନ କୃତି ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ.

ଅନ୍ୟମାନଙ୍କୁ ଜଣାନ୍ତୁ।