ଜେଲରେ କରୋନା କାୟା,ପଦ୍ମପୁର ସବଜେଲରୁ ୮୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -୨୨. ୦୫.୨୦୨୧, କରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି। ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି। ତେବେ ଜେଲରେ ରହୁଥିବା ଅନ୍ତେବାସୀ ମଧ୍ୟ ସଂକ୍ରମଣ ବାଦ ପଡିନାହାନ୍ତି। ରାଜ୍ୟର ବିଭିନ୍ନ ଜେଲରେ ଅନେକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଆଉ ଏକ ସବଜେଲ ସାମିଲ ହୋଇଛି। ପଦ୍ମପୁର ସବଜେଲରୁ ୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସବଜେଲରୁ ମୋଟ ୧୨୫ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୮ ୩ଜଣଙ୍କ ରିପୋର୍ଟ ସକରାତ୍ମକ ଆସିଛି। ସମସ୍ତ ପଜିଟିଭଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଭଲ ଭାବେ କରାଯାଉଛି । ଏନେଇ ଏସଡିଏମଓ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଝାରପଡା ଜେଲରେ ୯୬ ଜଣ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.