You are currently viewing ବିତ୍ୟୁତ ଖୁଣ୍ଟ ପଡି ୪ ବର୍ଷ ଶିଶୁ ମୃତ

ବିତ୍ୟୁତ ଖୁଣ୍ଟ ପଡି ୪ ବର୍ଷ ଶିଶୁ ମୃତ

  • Post category:ଓଡିଶା
  • Reading time:1 mins read


ଖୋର୍ଦ୍ଧା,୨୪/୦୮: ବିତ୍ୟୁତ ବିଭାଗର ଚରମ ଅବହେଳା କାରଣରୁ ଚାଲିଗଲା ନିରୀହ ଜୀବନ । ବିତ୍ୟୁତ ଖୁଣ୍ଟ ପଡି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗାଁରେ ଘଟିଛି । ମୃତ ଶିଶୁଟିର ନାଁ ସାଇ ରଞ୍ଜନ ବେହେରା । ସୂଚନା ଅନୁଯାୟୀ ତିନି ଦିନ ତଳେ ବାଘମାରୀ ବିଦ୍ୟୁତ ସେକ୍ସନ ପକ୍ଷରୁ ନୂତନ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲା । କିନ୍ତୁ ଖୁଣ୍ଟ ପୋତି ସେଥିରେ କୌଣସି ଢଳେଇ ନଦେଇ ଚାଲିଯାଇଥିଲେ ବିଦ୍ୟୁତ କର୍ମଚାରୀ । ତା ସହିତ ଖୁଣ୍ଟ ପୋତିବା ବେଳେ ପାଣି ପାଇପ ଫାଟି ଯାଇଥିଲା । ଆଉ ସେଥିରୁ ପାଣି ବାହାରିବା ଯୋଗୁ ଓଦା ହୋଇଯାଇଥିଲା ଓ ଖୁଣ୍ଟଟି ଦବି ଯାଇଥିଲା । ଯାହାଫଳରେ ଖେଳୁଥିବା ଅବସ୍ଥାରେ ରଞ୍ଜନଙ୍କ ଉପରେ ଖୁଣ୍ଟଟି ପଡିଯାଇଥିଲା । ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।