You are currently viewing ଭାଲୁନେଲା ବୃଦ୍ଧାଙ୍କ ଜୀବନ

ଭାଲୁନେଲା ବୃଦ୍ଧାଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର (ଏ ଏନ୍ ଏସ)୨୬/୦୮, ଭାଲୁ ନେଲା ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମରାଗୋଳା ଗେମରେ ଭାଲୁ ଆକ୍ରମଣରେ ଜଣେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗ୍ରାମର ମସୁରି ଜୁଆଙ୍ଗ । ବୟସ ୬୨ ।

ମିଳିଥିବା ସୂଚନା ଅନୁଯାୟୀ, ମସୁରି ଆସି ନିଜ ବିଲକୁ କାମ କରିବାକୁ ଯାଇଥିଲେ । ଏତିକି ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।