You are currently viewing ଆଜି ବସିବ ଘରୋଇ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ: ବାହାରିପାରେ ସମାଧାନର ବାଟ 

ଆଜି ବସିବ ଘରୋଇ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ: ବାହାରିପାରେ ସମାଧାନର ବାଟ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନ୍ଏସ): ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ହୋଇପାରେ ଆଲୋଚନା ।

ସୂଚନାଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରିଛନ୍ତି ଘରୋଇ ବସ ମାଲିକ ସଂଘ। ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଦ୍ୱାରା ଘରୋଇ ବସ ମାଲିକ କ୍ଷତିଗ୍ରସ୍ତ ହେବେ। ଏହା ସହ ବହୁ କର୍ମଚାରୀ କାମ ମଧ୍ୟ ହରାଇବେ। ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିକି ପୂଜା ପୂର୍ବରୁ ଅର୍ଥାତ ଶୁକ୍ରବାର ବସ ଚଳାଚଳ ବନ୍ଦ ରଖିଥିଲେ ମାଲିକ ସଂଘ ।

ତେବେ ଆଜିର ବୈଠକ ପରେ କ’ଣ ନିଷ୍ପତି ନିଆଯିବ ତାହାକୁ ଦେଖି ଘରୋଇ ବସ ମାଲିକ ସଂଘ ତାର ପରବର୍ତ୍ତୀ ନିଷ୍ପତ୍ତି ନେଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।