You are currently viewing ପଥରରେ ଛେଚି ବୃଦ୍ଧାଙ୍କୁ ହତ୍ୟା କଲେ ମହିଳା

ପଥରରେ ଛେଚି ବୃଦ୍ଧାଙ୍କୁ ହତ୍ୟା କଲେ ମହିଳା

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ)୨୭/୦୬, କେନ୍ଦୁଝର ଜିଳ୍ଲା ସୋସ ଥାନା ଅନ୍ତର୍ଗତ ପୋଡାସିଙ୍ଗିଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗାଁରେ ଜଣେ ବୃଦ୍ଧା ଓ ଜଣେ ମହିଳା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିବା ବେଳେ ମଦ ନିଶାରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ଖବରରୁ ପ୍ରକାଶ ଯେ ଠାକୁର ମୁଣ୍ଡା ଅଞ୍ଚଳର ଜ୍ୟୋସ୍ନା ପାତ୍ର ନାମକ ଜଣେ ବୃଦ୍ଧା ନିଜ ଝିଅ ଘର ମଠଡାହିରେ ରହିଆସୁଥିଲେ । ନିୟମିତ ଛେନାପଦି ମାର୍କେଟକୁ ଯାଇ ବଜାର ସଫା କରି ଯିଏ ଯାହା ଦିଅନ୍ତି ସେଥିରେ ଗୁଜୁରାଣ ମେଣ୍ଟାନ୍ତି । ସେହି ଗ୍ରାମର ସାର ନାଇକ ନାମକ ମହିଳାଙ୍କ ସହ ନିକଟସ୍ଥ ପୋଡାସିଙ୍ଗିଡି ଗାଁକୁ ଦେଶୀମଦ ପିଇବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ସାର ଏକ ପଥରରେ ଜ୍ୟୋସ୍ନାର ମୁଣ୍ଡକୁ ପଥରରେ ଛେଚି ଦେବାରୁ ସେ ସେଠାରେୂ ହିଁ ଗୁରୁତରଆହତ ହୋଇ ପଡିଗଲା । ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାର ନାଇକୁ ଅଟକ ରଖି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।