You are currently viewing ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଭଦ୍ରକ, ଆରଡି ଆଖଣ୍ଡଳମଣି ମନ୍ଦିରରେ ୩ ଦିନ ଯାଏ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବାରଣ କଲା ଜିଲ୍ଲା ପ୍ରଶାସନ । ଆଜି ଦିନ ୧୨ଟାରୁ ମନ୍ଦିରକୁ ପ୍ରବେଶ ବନ୍ଦ କରାଯାଇଛି । ସୂଚନା ଅନୁସାରେ ୧୭ ତାରିଖ ୬ ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରେ କେବଳ ସେବାୟତମାନେ ରୀତିନୀତି ଅନୁସାରେ ପୂଜା କରିପାରିବେ । ଜଣେ ସେବାୟତଙ୍କ କରୋନା ପଜିଟିଭ ପରେ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରିବା ସହ ମନ୍ଦିରକୁ ସାନିଟାଇଜ କରିବାକୁ ଜିଳ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।