You are currently viewing ବ୍ରିଜ ତଳକୁ ଖସିଲା ଟ୍ରକ, ଚାଳକ ମୃତ

ବ୍ରିଜ ତଳକୁ ଖସିଲା ଟ୍ରକ, ଚାଳକ ମୃତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(ଏଏନଏସ) ୧୨.୧୨.୨୦୨୧, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ସରାଙ୍ଗ-ଜଟିଆ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ବ୍ରିଜରେ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିଲା ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ମୃତ ।
ସୂଚନା ଅନୁସାରେ, ଆଇରନ ବୋଝେଇ ଟ୍ରକଟି କେନ୍ଦୁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା । ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକା ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଟ୍ରକ ଭିତରେ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣଙ୍କ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର ହୋଇଥିବା ଜଣାପଡିଛି । ତାଳଚେର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଠିକାସଂସ୍ଥାର ଏକ ମେସିନ ସାହାଯ୍ୟରେ ମୃତଦେହକୁ ଟ୍ରକ୍ ଭିତରୁ ଉଦ୍ଧାର କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।