You are currently viewing ସଂକୀର୍ତ୍ତନ ଉପରେ ମାଡିଗଲା କାର, ଜଣେ ମୃତ

ସଂକୀର୍ତ୍ତନ ଉପରେ ମାଡିଗଲା କାର, ଜଣେ ମୃତ

ବ୍ରହ୍ମଗିରି(ଏଏନଏସ) ୧୫/୦୧: ସଂକୀର୍ତ୍ତନ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ଜଗନ୍ନାଥ ସାହୁ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା କାର୍ ଜବତ କରାଯାଇଥିବା ବେଳେ ଏହାର ଡ୍ରାଇଭରକୁ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ଆଠଟା ବେଳେ ପୂରୀ ସାତପଡ଼ା ରାଜ ପଥ ରେବଣା ନୂଆଗାଁ ଗ୍ରାମ ଭିତରେ ସଂକୀର୍ତ୍ତନ ଚାଲିଥିଲା। ଏହି ସମୟରେ ଏକ Suzuki ertiga କାର୍ ଦ୍ରୁତ ଗତିରେ ମାଡ଼ି ଆସି ସଂକୀର୍ତ୍ତନ ମଣ୍ଡଳୀ ଉପରକୁ ଚଢାଇ ଦେଇଥିଲା। ଯାହା ପରେ କାରଟି ସିଧା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସଂକୀର୍ତ୍ତନ ମଣ୍ଡଳୀର ୬ ଜଣ ଗୁରୁତର ହେବା ସହିତ ଜଣଙ୍କର ମୃତ୍ୟୁ ହୋଇଛି।  ସମସ୍ତ ଗୁରୁତର ଓ ମୃତ ରେବଣା ନୂଆଗାଁର ବୋଲି ଜଣାପଡ଼ିଛି। ଘଟଣା ପରେ ଗାଁ ଲୋକେ ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ରେବଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କାର୍ ଡ୍ରାଇଭର ଓ ଏହାର ମାଲିକକୁ ଅଟକ ରଖି ପଚରାଉଚରେ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।