You are currently viewing ଅଧିକ୍ଷଣ ଯନ୍ତ୍ରୀ ଗିରଫ

ଅଧିକ୍ଷଣ ଯନ୍ତ୍ରୀ ଗିରଫ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୨୯/୦୯, ବେଆଇନ୍‌ ଟଙ୍କା ଠୁଳ ଅଭିଯୋଗରେ ସାଳନ୍ଦୀ କେନାଲ ଡିଭିଜନ୍‌ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ଭିଜିଲାନ୍ସର ୪ଟି ଟିମ୍‌ ପକ୍ଷରୁ ଚାଲିଥିଲା ରେଡ୍‌। ତାଙ୍କ ଜନ୍ମ ସ୍ଥାନ ଖଇରା, ବାଲେଶ୍ୱରସ୍ଥିତ ଶ୍ୱଶୁର ଘର, ଭଦ୍ରକ ଅଫିସ, ସରକାରୀ ଘରେ ଚଢାଉ କରାଯାଇଥିଲା। ଏବେ ସୁଦ୍ଧା ୫ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଗତ ୨ ମାସ ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥିଲେ ଅଧୀକ୍ଷଣ ଯନ୍ତ୍ରୀ। ଠିକା ସଂସ୍ଥାଠାରୁ ଟଙ୍କା ନେଇ ବେଆଇନ୍‌ ଭାବେ ରଖିଥିବା ଖବର ପାଇ ଏକକାଳୀନ ୫ଟି ସ୍ଥାନରେ ଚାଲିଥିଲା ରେଡ୍‌।

ଅନ୍ୟମାନଙ୍କୁ ଜଣାନ୍ତୁ।