vishnu-deo-sai

ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ । ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ମାମଲାରେ ୫ ହଜାର ଟଙ୍କା ଫାଇନ ହୋଇଛି। ନିର୍ବାଚନୀ ପ୍ରଚାର ବେଳେ ସେ ଜୟପୁର ଆସିଥିବା ବେଳେ ସେଠାରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା । ହେଲେ ହେଲିକପ୍ଟର ଅବତରଣ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା। ତାଙ୍କ ହେଲିକପ୍ଟର କୋରାପୁଟରେ ଅବତରଣ କରିବାର ଥିଲା। ହେଲେ ଖରାପ ପାଗ ଯୋଗୁଁ ଅବତରଣ ହୋଇପାରି ନଥିଲା ।

ଏଭଳି ଫାଇନ କାଟିବାକୁ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏୟାରପୋର୍ଟ ଅଧିକାରୀଙ୍କ କହିବାନୁଯାୟୀ ବେଆଇନ ବା ବିନା ସୂଚନାରେ ହେଲିକପ୍ଟର ଅବତରଣ କରିଥିବାରୁ ଫାଇନ କରାଯାଇଛି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।