You are currently viewing ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ  ବୈଠକ

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୦/୦୫, ଆଜି ବସୁଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ପ୍ରଥମ କାର୍ଯ୍ୟକାରିଣୀ ହେବାକୁ ଯାଉଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏହା ସହ କେନ୍ଦ୍ରର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ କିପରି ଲୋକଙ୍କ ପାଖରେ ପହଂଚାଯାଇପାରିବ ସେନେଇ ବୈଠକରେ ଚର୍ଚ୍ଚା ହେବ । କାର୍ଯ୍ୟକାରିଣୀରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ସାମିଲ ହେବେ । ଏହା ସହ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ୱରୀ ମଧ୍ୟ ଉପସ୍ଥିତ ରହିବେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଟିମ୍ ଗଠନ କରିପାରନ୍ତି ନୂଆ ସଭାପତି ମନମୋହନ ସାମଲ । କିଛି ଦିନ ତଳେ ଦିଲ୍ଲୀରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଦୁର୍ବଳ ସ୍ଥାନଗୁଡିକରେ ଅଭିଜ୍ଞ ଏବଂ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇପାରେ । ୨୦୧୯ ପରେ ରାଜ୍ୟରେ ହୋଇଥିବା ୮ଟି ଉପ-ନିର୍ବାଚ୍ଚନରୁ ୭ଟିରେ ବିଜେପି ହାରିଥିବାରୁ, ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ କରିପାରନ୍ତି ମନମୋହନ ।

ଅନ୍ୟମାନଙ୍କୁ ଜଣାନ୍ତୁ।