You are currently viewing ଅଳିଆଗଦାରେ ପଡ଼ିଛି ପେଟି ପେଟି ଔଷଧ

ଅଳିଆଗଦାରେ ପଡ଼ିଛି ପେଟି ପେଟି ଔଷଧ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର। ୧୨/୦୪, କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ୍। ଅର୍ଥାତ୍ ସରକାରୀ ଜିନିଷ ମାନେ ଖାଅ ପିଅ ନଷ୍ଟ କର ଏଭଳି ମନବ୍ରୁତି ଥାଏ ସମସ୍ତଙ୍କର । କିନ୍ତୁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ଯୟ କରୁଛନ୍ତି । ଯେମିତି ଗରିବ ଲୋକଟିଏ କୌଣସି ଅସୁବିଧାର ସମ୍ମୁଖୀନ ନହେଉ। ସେହି ଯୋଜନା ସବୁକୁ ପ୍ରକତରୁତ ହିତାଧିକାରୀଙ୍କ ନିଟରେ ପହଁଚାଇବାକୁ ସରକାର ବିଭିନ୍ନ ବିଭାଗରେ ଅଧିକାରୀ ମାନଙ୍କୁ ବି ନୁଯୁକ୍ତି ଦେଇଛନ୍ତି। କିନ୍ତୁ କିଛି ଅଧିକାରୀଙ୍କ ଅବହେଳା ପାଇଁ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନି  ସାମଗ୍ରୀ। ଓଲଟି ନଷ୍ଟ ହୋଇ ସେସବୁ ଖତ ଖାଉଛି ଅଳିଆ ଗଦାରେ। ଯାହାର ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।

ଖୁଲମ ଖୁଲା ଆତ୍ମସାତ୍ ହେଉଛି ସରକାରୀ ଟଙ୍କା । କାହାକୁ ନାହିଁ ଭୟ । ଉନ୍ନତ ସ୍ବାସ୍ଥ୍ଯ ସେବା ପାଇଁ ସରକାର ପ୍ରତିବଦ୍ଧ। ହେଲେ ଅବ୍ଯବସ୍ଥା ଭିତରେ ଚାଲଛି ସବୁ ଯୋଜନା । ଗୋଟେ ପଟେ ରୋଗୀଙ୍କୁ ମିଳୁନି ଔଷଧ। ହେଲେ ଅନ୍ଯପଟେ ଅଳିଆ ଗଦାରେ ପଡିଛି ପେଟି ପେଟି ଔଷଧ ।

ସରକାର ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି ଏକଥା ସତ। ହେଲେ ଦେଖନ୍ତୁ ସେହି ଔଷଧ କେମିତି ରୋଗୀଙ୍କୁ ନ ଦିଆଯାଇ ପେଟି ପେଟି ଫୋପଡା ହେଉଛି ଜାତୀୟ ରାଜପଥ କଡରେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ମାଧପୁର, ବାରିପା ମଝି ଜଂଗଲରେ। ଯାହା ଶୁଣିବାକୁ ମିଳିଛି ଗତ ସୋମବାର ସନ୍ଧ୍ୟା ସମୟରେ ବୌଦ୍ଧ ପଟୁ ଏକ କାରରେ ପାଖାପାଖି ୫/୬ପେଟି ଝାଡା ସିରପ ଏବଂ କ୍ରୁମି ସିରପ ପୋଲ ତଳକୁ ଫିଙ୍ଗି ଦିଆଯାଇଥିଲା ।

ତେବେ ମେଡ଼ିସିନ୍‌ ଗୁଡିକର ଏକ୍ସପାଏର୍‌ ଡେଟ ନଭେମ୍ବର ୨୦୧୪ ବୋଲି ଜଣାପଡିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଏକ୍ସପାଏରୀର ୯ ବର୍ଷ ପରେ ଔଷଧ ଆଣି ଏହି ଜଂଗଲ ମଧ୍ୟରେ ଫିଙ୍ଗିବାର କାରଣ କଣ ? ଏତେ ବର୍ଷ ହେଲା ଏହି ମେଡ଼ିସିନ୍‌ ଗୁଡିକୁ ରଖିଥିଲେ କେଉଁଠାରେ? ଯାହା ଜଣାପଡୁଛି ଏହି ସିରପ ପେଟି ପୁରୁଣା କଟକ ମେଡିକାଲ କିମ୍ବା ଆଡେଣୀଗଡ ମେଡିକାଲରୁ ଅଣାଯାଇ ଏଠାରେ ଫୋପଡା ଯାଇଥିବାର ଅନୁମାନ କରାଯାଉଛି । ତେବେ କିଏ ଏହି ମେଡ଼ିସିନ୍‌ ଫିଙ୍ଗିଲା ତାହା ର ତଦନ୍ତ କରିବା ପରେ ସଠିକ୍‌ ତଥ୍ଯ ସାମ୍ନାକୁ ଆସିପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।