You are currently viewing ଆସୁଛି ପୁଣି ବଡ ବର୍ଷା

ଆସୁଛି ପୁଣି ବଡ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୨/୦୯, ଆସୁଛି ପୁଣି ଲଘୁଚାପ । ଆସନ୍ତା ୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା ୫ ତାରିଖରୁ ମୌସୁମୀ ସକ୍ରିୟ ହେବା ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛିଦିନ ଯାଏଁ ଜାରି ରହିବ ବର୍ଷା । ଏଭଳି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସେପ୍ଟେମ୍ବର ମାସରେ ସ୍ୱାଭବିକ ଠାରୁ ଭଲ ବର୍ଷା ହୋଇପାରେ । ସେପ୍ଟେମ୍ବରରେ ୧୦୯ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତ ଅଗଷ୍ଟରେ ମଧ୍ୟ ଦେଶରେ ଭଲ ବର୍ଷା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।