You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ବିବାହ ପାଇଁ ପ୍ରେମିକାକୁ କାନାଡରୁ ଡାକି ଗୁଳି ମାରି ହତ୍ୟା କଲା ପ୍ରେମିକ । ଆଉ କେହି ଜାଣିବା ଆଗରୁ ବିଲରେ ପୋତି ଦେଇଥିଲା । ୯ ମାସ ପରେ ମିଳିଲା କଙ୍କାଳ । ଏହି ଘଟଣା ନୂଆଦିଲ୍ଲୀର ସୋନପଥର ଗନ୍ନୋର ଅଞ୍ଚଳରେ ଘଟିଛି ।
୨. ଦେଶରେ କରୋନାର ଲମ୍ବା ଲମ୍ଫ । ୫ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ । ଯାହାକି ସେପ୍ଟେମ୍ବର ପରଠାରୁ ସର୍ବାଧିକ ।
୩. ମନିଲଣ୍ଡିଂ ମାମଲାରେ ଜେଲରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି । ତାଙ୍କ ଜାମିନ ଆବେଦନକୁ ଖାରଜ କରିଛି ଦିଲ୍ଲୀ ହାଇକୋର୍ଟ ।
୪. ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍‌ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡା ପରେ ମୋବାଇଲ ଫୋନ ଗିଳି ଦେଇଥିଲା । ପେଟରେ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଡାକ୍ତରମାନେ ଅପରେସନ କରି ମୋବାଇଲ ବାହାର କରିଥିଲେ ।
୫.ଝାରଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନାଥ ମହତୋଙ୍କର ଚେନ୍ନାଇରେ ଦେହାନ୍ତ ହୋଇଛି । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ଏହି ସୂଚନା ସେୟାର କରିଛନ୍ତି ।
୬.ବୁର୍ଲା ଫାଇରିଂ ରେଞ୍ଜ ନିକଟରୁ ଯୁବକର ମୃତ ଦେହ ଉଦ୍ଧାର । ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ମୃତଦେହ ଠାବ କରିଛି ବୁର୍ଲା ପୋଲିସ । ମୃତ ଯୁବକ ଜଣକ ହେଉଛନ୍ତି ବରଗଡ ଜିଲ୍ଲାର ଅତାବିରା ଥାନା ଲାଦେରପାଲି ଗ୍ରାମର ବିବେକ ଗଡତିଆ ।
୭. ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ସନ ଷ୍ଟିଲା ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ ୱାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି ।
୮. ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ସ୍ଵାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ ।
୯. ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ। ବୀରବାଦ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି। କୁଣ୍ଢାଇବେଣ୍ଟ ସାହିଯାତ ଦୋଳମଣ୍ଡପ ସାହି ପରିକ୍ରମା କରିଛି। ଶ୍ରୀମନ୍ଦିରରେ ମାୟା ମୃଗ ଓ ସୀତା ବିବାହ ନୀତି ହୋଇଥିବାବେଳେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାରୁ ରାବଣ ଓ ପୌରାଣିକ ଚରିତ୍ର ବାହାରି ପରିକ୍ରମା କରିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାମଲୀଳା ନୀତି ସମ୍ପନ୍ନ ହୋଇଥିଲା।
୧୦. ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ସପ୍ତାହକ ଭିତରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।