You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରିବା ନିକଟରେ ଜାତୀୟ ରାଜପଥ ୩୦ରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏହିବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୫ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣାରେ ୪୦ ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ରିବାର ସୁହାଗୀ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ ହ୍ରାଇଦ୍ରାବାଦରୁ ଗୋରଖପୁର ଯାଉଥିଲା। 

୨. ଦିର୍ଘ ୪ ବର୍ଷ ପରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ତାଲିକାରୁ ବାହାର କରିଛି। ଶୁକ୍ରବାର ଏଫଏଟିଏଫର ବୈଠକରେ ଏହି ଘୋଷଣା କରାଯାଇଛି । ଏହି ଘୋଷଣା ପାକିସ୍ତାନ ପାଇଁ ଏକ ଭଲ ଖବର । ଆତଙ୍କବାଦି ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବା ନେଇ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଥିଲା । ତେବେ ଏଫଏଟିଏଫ ତାଲିକାରେ ଥିବାରୁ ପାକିସ୍ତାନ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି।

 ୩. ପ୍ରୟାଗରାଜ ସଙ୍ଗମ ସହରରେ ଡେଙ୍ଗୁ ରୋଗୀଙ୍କ ଜୀବନ ସହ ଖେଳିବାର ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଯାହା ମାନବିକତାକୁ ଲଜ୍ଜାଜନକ କରିବାକୁ ଯାଉଛି। ଏଠାରେ ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍‌। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଅଭିଯୋଗ ଆସିଛି।

୪. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେଇଛନ୍ତି ବଡ଼ ଉପହାର । ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ମେଳାରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ ।

୫. ରାଉରକେଲାରେ ମିଠା ଦୋକାନରେ ଅଗ୍ନିକାଣ୍ଡ, ଜଣେ ମୃତ । ପାନପୋଷ ଛକ ନିକଟ ମିଠା ଦୋକାନରେ ଅଗ୍ନିକାଣ୍ଡ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ନିଆଁ ଲିଭାଇବାରେ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।

୬. ରୋଷେଇ କରୁଥିଲେ ମହିଳା । ହଠାତ୍‌ ଜଳିଲା ସିଲିଣ୍ଡର । ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ବଡ ଅଘଟଣରୁ ବର୍ତ୍ତିଲେ ପୁରା ପରିବାର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖିଲିଙ୍ଗା ଗାଁର କୈଳାସ ପ୍ରଧାନଙ୍କ ଘରେ ନିଆଁ ଲାଗିଥିଲା। 

୭. ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି

୮. ‘ଅଗ୍ନି ପ୍ରାଇମ୍‌’ ମିସାଇଲର ସଫଳ ପରୀକ୍ଷଣ । ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ପରୀକ୍ଷଣ କରାଯାଇଛି । ଏହି ମିସାଇଲ ୩ ହଜାରରୁ ୩ ହଜାର ୫ ଶହ କିମି ମଧ୍ୟରେ ଲକ୍ଷ୍ୟଭେଦ କରି ପାରିବ ।

୯. ଆସନ୍ତା ୨୫ ତାରିଖରେ ବନ୍ଦ ରହିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ଯୋଗୁ ଭଦ୍ରକ ପ୍ରସିଦ୍ଧ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବ । ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ସୋମବାର ଭୋର ୩ଟାରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ହେବ ।

୧୦.   ଆଗାମୀ ୧୨ ଘଣ୍ଟାରେ ଅବପାତ । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ । ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । 

ଅନ୍ୟମାନଙ୍କୁ ଜଣାନ୍ତୁ।