୧. ଆଜି ରାଜ୍ୟରୁ ୧୭୪୧ କରୋନା ପଜିଟିଭ ଚିହ୍ନଟ ଏବଂ ୨ ମୃତ ।
୨. ସବୁ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଣକୋଭିଡ ରୋଗୀଙ୍କ ସୁରକ୍ଷା ପାଇଁ ଏସଓପି ଜାରି କଲା ସ୍ୱାସ୍ଥ୍ୟବିଭାଗ । ଏନେଇ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ।
୩. ବାରିପଦା ବସଷ୍ଟାଣ୍ଡ ନିକଟ କେପିଡ଼ି ସୁନା ଦୋକାନରେ ଲୁଟ୍ । ଲୁଟିନେଲେ ୧କୋଟି ଟଙ୍କାର ଗହଣା ।
୪. ଅତି ଜରୁରୀ ନଥିଲେ କୌଣସି ସରକାରୀ କାର୍ଯ୍ୟାଳୟକୁ ନଆସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ୦୯୪୩୭୫୬୩୮୦୦ ରେ ଯୋଗାଯୋଗ କରିବାକୁ ଅନୁରୋଧ ।
୫. ବାଲେଶ୍ବର ଇମାମି ପେପର ମିଲରୁ ୧୦୧ କରୋନା ପଜିଟିଭ ଚିହ୍ନଟ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ସିଲ କଲା ପ୍ରଶାସନ ।
୬. କଟକର ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ଗଣିତ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗଣିତ ଶିକ୍ଷକଙ୍କୁ ଗିରଫ କଲା ପୋଲିସ ।
୭. ବାଲେଶ୍ବର ନୀଳଗିରି ବ୍ଲକ କଳାକାତ ଅସନବଣୀ ଗାଁରୁ ୧୪ ଫୁଟିଆ ଅହିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ।
୮. ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ୍ ଖାଁ । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ୟାକୁବ । ହାଇଦର ଏବେ ବି ଫେରାର, ଖୋଜୁଛି ପୋଲିସ ।
୯. ନୟାଗଡ଼ ଷ୍ଟେସନରେ ମଦ୍ୟପଙ୍କ ବର୍ବର କାଣ୍ଡ । ଷ୍ଟେସନରେ ଭଙ୍ଗାରୁଜା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଲେ ୧୫ ମଦ୍ୟପ । ମ୍ୟାନେଜରଙ୍କୁ ମଦ୍ୟପଙ୍କ ମରଣାନ୍ତକ ଆକ୍ରମଣ ।
୧୦. ଘରେ ପଶି ୫ଜଣଙ୍କୁ ହାଣିଲେ ଦୁର୍ବୁତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖବବାକୁ ମିଳିଛି ସିଆଳି ଗାଁରେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍