You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୨,୫୪୨ କରୋନା ପଜିଟିଭ ଚିହ୍ନଟ ଏବଂ ୫୭ ମୃତ।
୨ . ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ପାଇଁ ପୁରୀ ବଡ଼ଦାଣ୍ଡରେ ହେବ ଗ୍ରୀନ୍‌ ଜୋନ ଵ୍ୟବସ୍ଥା, ଏ ନେଇ ପୁରୀ ଏସ୍‌ପି କେ. ବିଶାଲ ସିଂଙ୍କ ସୂଚନା ।
୩ . ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମି ଚାଲିଛି । ଓଡ଼ିଶାର କିଛି ଜିଲ୍ଲାରେ ସଂକ୍ରମଣ ଆପାତତଃ ସ୍ଥିର ଅଛି, ଏ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା
୪ . ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।
୫ . ରାଜ୍ୟରେ ଯେତିକି ଟିକା ଅଛି ତାହା ଆଉ ଦୁଇ ଦିନ ଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣୀଗ୍ରାହୀ । ରାଜ୍ୟରେ ୧,୯୦,୩୮୦ କୋଭିଶିଲ୍ଡ, ୨,୯୮,୮୧୦ କୋଭାକ୍ସିନ ଅଛି ।
୬ . କଟକ ଏସ୍‌ସିବି ମେଡିକାଲ ଓ କଲେଜରେଲାଗିବ ୯ଟି ଇକ୍‌ମୋ ମେସିନ, ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ।
୭ . ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ।
୮ . ନୟାଗଡ଼ରେ ଢିପାମାଳ ରାସ୍ତା ନିର୍ମାଣଙ୍କୁ ନେଇ ବିବାଦ । ଖୋର୍ଦ୍ଧା-ବଲଙ୍ଗିର ରାସ୍ତା ରୋକ କଲେ ୧୭ ଗାଁର ଲୋକେ ।
୯ . ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରକରେ ଲାଗିଲା ନିଆଁ ,ଗାଡ଼ିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର
୧୦ .ସୋର ଅଞ୍ଚଳରୁ ୫ରେ ଫିଲ୍ମ ଛକ ନିକଟ ସୁନା ଦୋକାନରୁ ଚୋରି ଘଟଣାରେ ଜଣେ ଗିରଫ, ଚୋରୀ ସାମଗ୍ରୀ ଜବତ ।

ଅନ୍ୟମାନଙ୍କୁ ଜଣାନ୍ତୁ।