୨ ଲକ୍ଷ ପାରହେଲା ଗଞ୍ଜାମ ଜିଲ୍ଲାରେ କରୋନା ପରୀକ୍ଷା

ଗଞ୍ଜାମ, ରାଜ୍ୟର ଗଞ୍ଜାମ ଅଞ୍ଚଳ ହଟସ୍ପଟ ଭାବେ ପରିଚିତ ଥିଲା । କିନ୍ତୁ ଏବେ ଧିରେଧିରେ ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାକୁ ଯାଉଛି । ଏହାର ସମସ୍ତ ଶ୍ରେୟ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଡାକ୍ତରୀ ଟିମ୍‌କୁ ଯାଉଛି । ସମସ୍ତଙ୍କ ପ୍ରଚେଷ୍ଟା ପାଇଁ ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ଲକ୍ଷ ପାର ହୋଇଥିବା ଟ୍ୱିଇଟ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏଥିପାଇଁ ସେ ସମସ୍ତ ଲାବୋରଟୋରି ଟେକ୍‌ନିସିଆନ ଓ ବିଡ଼ିଓଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.