You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରେ ୧,୩୧୫ କରୋନା ପଜିଟିଭ ଚିହ୍ନଟ ଏବଂ ୬୬ ମୃତ ।
୨ . ଅପରାହ୍ନରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ! ଅପରାହ୍ନ ୫ଟାରେ ବସିବ ଛତିଶା ନିଯୋଗ ବୈଠକ, ଭକ୍ତ ନିବାସରେ ହେବ ଆଲୋଚନା ।
୩ . ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଭକ୍ତ ।
୪ . ଓଡିଶା ଆସିବା ନେଇ ହଟିଲା କଟକଣା । ଓଡିଶା ଆସିବା ପାଇଁ ଏଣିକି ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କରୋନା ଦ୍ୱିତୀୟ ଡୋଜ ପ୍ରମାଣପତ୍ର ।
୫ . ଆସନ୍ତା ଅଗଷ୍ଟ ୯ ରୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷର ଛାତ୍ରଛାତୀଙ୍କ ପାଇଁ କ୍ଲାସରୁମ୍ ପାଠପଢା ।
୬ . ଲହର ହେଉଛି ମହାମାରୀର ଏକ ସ୍ବାଭାବିକ ପ୍ରକ୍ରିୟା, ରାଜ୍ୟରେ ଟେଷ୍ଟିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି – ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
୭ . ଆଜିଠାରୁ ୪ ଦିନିଆ ରିମାଣ୍ଡରେ ଗଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ।
୮ . ପାରିବାରିକ କଳହରୁ ମେରାପଲ୍ଲୀ ଗାଁରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା, ତଦନ୍ତ ଜାରି ।
୯ . ସ୍ତ୍ରୀକୁ ରାସ୍ତାରେ ଜାଳିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ମେରାଇନ ଥାନା ଆର୍ଯ୍ୟପଲ୍ଲୀ ଗାଁରେ, ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ।
୧୦ .ଭିଜିଲାନ୍ସ ଜାଲରେ ବରଗଡ଼ ପଦ୍ମପୁର ମେଡିକାଲର ଟେକ୍ନିସିଆନ, କିଶୋର ପଧାନଙ୍କ ୩ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ।

ଅନ୍ୟମାନଙ୍କୁ ଜଣାନ୍ତୁ।