You are currently viewing ANS SUPERFAST 2@10

ANS SUPERFAST 2@10

୧ . ଆଜି ରାଜ୍ୟରୁ ୪୬୨ କରୋନା ପଜିଟିଭ ଚିହ୍ନଟ ଏବଂ ୫ ମୃତ ।
୨ . ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଦୈନିକ ଟିକାକରଣ, ଦିନରେ ୪ ଲକ୍ଷ ୧୬ ହଜାର ୪୫୪ ଜଣଙ୍କୁ ଟିକାଦାନ, ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକଙ୍କ ସୂଚନା ।
୩ . ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି , ୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ।
୪ .ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ।
୫ . ବାଲେଶ୍ବରରେ ଅବକାରୀ ଚଢ଼ାଉ ବେଳେ ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀ ଯୁବକ ନିଖୋଜ ଘଟଣାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।
୬ . ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ ଜଣେ ମହିଳାଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ରୋଗୀ ମୃତ ।
୭ . ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ବାରହା ଶିକାର ବେଳେ ଗୁଳି ବାଜି ଜଣେ ଗୁରୁତର ଆହତ, ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି ।
୮ . ବ୍ରହ୍ମପୁର ଶ୍ରୀରାମ ନଗରରେ ଘରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ନିଆଁ ଡରରେ ଛାତରୁ ଡେଇଁ ୩ ଜଣ ଗୁରୁତର ଆହତ, MKCG ମେଡିକାଲରେ ଭର୍ତ୍ତି ।
୯ . ସୁସ୍ଥ ହେଲେ ସାପ କାମୁଡ଼ାରେ ଗୁରୁତର ନବରଙ୍ଗପୁର ହଳଦୀ ଗାଁର ମଞ୍ଜୁଳା, ଜୁଲାଇ ୧୪ରୁ କଟକ SCBରେ ଚିକିତ୍ସିତ ।
୧୦ .କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଭେକ୍ଟାକୋଲା ଗାଁ ପୋଖରୀରୁ ୮ ଫୁଟ ଲମ୍ବା କୁମ୍ଭୀରକୁ ଉଦ୍ଧାର କଲା ରାଜନଗର ବନ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।