You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୨୦ କରୋନା ପଜିଟିଭ ଚିହ୍ନଟ |
୨. ଶ୍ରୀମନ୍ଦିରରେ ରକ୍ତ ଛିଟା । ଅବକାଶ ପୂଜା ପରେ ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା, ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ନୀତିକାନ୍ତିରେ ବିଳମ୍ବ |
୩. ପୌର ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ, ବ୍ରହ୍ମପୁର ମେୟର ପ୍ରାର୍ଥୀ ପାଇଁ ମଞ୍ଜୁ ରଥଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।
୪. ପୌର ନିର୍ବାଚନ ପ୍ରଚାରରେ ରହିବନି କୋଭିଡ୍ କଟକଣା, ଆଗକୁ ସଂକ୍ରମଣ ବଢିଲେ ଲାଗୁ ହେବ କଟକଣା, ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା |
୫. ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,ଏକକାଳୀନ ୫ଟି ସ୍ଥାନରେ ରେଡ |
୬. ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଜୁନିୟର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ମାଡ ମାରିଥିବା ଅଭିଯୋଗ |
୭. ଦେବଗଡ଼ ରିଆମାଳ ତାରଙ୍ଗ ତୁହିଲାମାଳ ପୋଲ ନିକଟରୁ କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ ।
୮. ବୌଦ୍ଧ ବ୍ଲକ ଅନ୍ତର୍ଗତ ମହାନଦୀର ଜଗତି ଜଗନ୍ନାଥପୁର ବାଲିକୁଦରୁ ଏକ କୁମ୍ଭୀରର ମୃତଦେହ ଠାବ, ବନ ବିଭାଗର ତଦନ୍ତ ଜାରି |
୯. କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ହାତୀପଖାନ ଗାଁରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
୧୦. ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଅଭାବନୀୟ ଘଟଣା, ଜଙ୍ଗଲରେ ବାର୍‌ହା ଭାବି ଜଣେ ଯୁବତୀଙ୍କ ଉପରକୁ ଗୁଳି ଚଳାଇଲେ ଶିକାରୀ, ଯୁବତୀ ଡାକ୍ତରଖାନାରେ ଭର୍ତ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।