You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ |
୨. ଆଜି ପବିତ୍ର ଦୋଳପୂର୍ଣ୍ଣିମା, ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ଦର୍ଶନ ଦେବେ ମହାପ୍ରଭୁ |
୩. ଏଣିକି ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ମିଳିବ ଆଧାର କାର୍ଡ, ରାଜ୍ୟରେ ଶତପ୍ରତିଶତ ‘ଆଧାର’ ନମ୍ବର ଆବଣ୍ଟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ‘ଆଧାର’ ପରିସରଭୁକ୍ତ କରିବାକୁ ନିଷ୍ପତ୍ତି |
୪. ଆଜି ରାଉଲକେଲା ଗସ୍ତରେ ଯାଇ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ,୫ ଟି ସଚିବ ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣନ ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ ।
୫. ଆଜି ବି ରାଜ୍ୟରେ ଗ୍ରୀଷ୍ମଲହରୀ, ୫ଟି ଜିଲ୍ଲାରେ ସତର୍କ ସୂଚନା ଜାରି, ଆସନ୍ତାକାଲିଠାରୁ ରାଜ୍ୟରେ କମିବ ତାତି, ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
୬. ଆଜି ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳରୁ ପ୍ରାୟ ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ |
୭. ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର ୨ ମୃତ, ୨ ଗୁରୁତର ଆହତ |
୮. ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କା ଗାଁରେ ଅଭାବନୀୟ ଘଟଣା, ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ, ମେଡିକାଲରେ ଭର୍ତ୍ତି |
୯. ପାଡୁଆ ଥାନା ଅଞ୍ଚଳରେ ଛେଳି ଚୋରିକରି ଚମ୍ପଟ୍ ମାରୁଥିବା ଦୁର୍ବୃତ୍ତଙ୍କୁ ଧରିଲେ ଗ୍ରାମବାସୀ: ୩ ଜଣ ଗିରଫ, ୨ ଫେରାର |
୧୦. ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇରେ ଗାଁରେ ଅଗ୍ନିକାଣ୍ଡ, ନିଆଁରେ ପୋଡି ହୋଇ ଗୋଟିଏ ପରିବାର ୨ ମୃତ, ୩ ଗୁରୁତର |

ଅନ୍ୟମାନଙ୍କୁ ଜଣାନ୍ତୁ।