You are currently viewing ANS SUPERFAST 2@10

ANS SUPERFAST 2@10

1. ଆଜି ରାଜ୍ୟରେ ୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ ।
2. ମହାନଦୀରୁ ଧରା ପଡ଼ିଲା ୫୮ କିଲୋ ଓଜନର ବିଶାଳକାୟ ମାଛ। କଟକ ଜିଲ୍ଲା ବଡ଼ମ୍ବା ଥାନାର ଗୋପୀନାଥପୁର ଗାଁ ପାଖରେ ଧରାପଡିଥିବା ସୂଚନା।
3. ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝୋଲଡୁଗୁରୀ ଗାଁ ନିକଟରେ ଘଟିଛି ବାଇକ ଦୁର୍ଝଟଣା । ୨ଯୁବକ ମୃତ ଏବଂ ୧ ଆହତ ।
4. କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଖଟୁଆହତାଠାରେ ।
5. ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସୁର ବାବା ।
6. ଏକ ୱେବ ଚ୍ୟାନେଲ ଖୋଲାଇ ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ଠାରୁ ୯୭ ହଜାର ଟଙ୍କା ନେଇଥିଲା ଅଭିଯୁକ୍ତ ପଦ୍ମନାଭ ନାୟକ ।
7. କମିସନ୍ରେଟ୍ ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ କରିଛି ପ୍ରାୟ ୧୦୨ଟି ଚୋରି ମୋବାଇଲ୍ ଫୋନ୍, ୨ ଅଭିଯୁକ୍ତ ଗିରଫ ।
8. ନରଣଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଡ଼ପଡ଼ା ଅଞ୍ଚଳର କୁରୁମପଡ଼ା ଗାଁରେ ଘଟିଛି ଅଗ୍ନିକାଣ୍ଡ । ପୋଡ଼ିଯାଇଛି ୫ ବଖରା ଘର ।
9. କପିଳାସ ଅଭୟାରଣ୍ୟରୁ ୨ କଲରାପତରିଆ ବାଘଛାଲ ଜବତ,୩ ଜିରଫ ।
10. ଧୀରେ ଧୀରେ ଦେଖାଦେଉଛି ଶୀତ ଦିନର ପ୍ରକୋପ । ବଢ଼ୁଛି ଥଣ୍ଡା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।