You are currently viewing ଅପହରଣ ବେଳେ ଧରାପଡ଼ିଗଲେ ଅଭିଯୁକ୍ତ

ଅପହରଣ ବେଳେ ଧରାପଡ଼ିଗଲେ ଅଭିଯୁକ୍ତ

  • Post category:ଓଡିଶା
  • Reading time:1 mins read

ତେଲକୋଇ(ଏଏନଏସ) ୧୮/୦୪, ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଅପହରଣ କରି ନେଉଥିବା ବେଳେଅଭିଯୁକ୍ତଙ୍କୁ ଧରିଲେ ଗ୍ରାମବାସୀ । ଘଟଣାରୁ ପ୍ରକାଶ ଯେ ଯାତ୍ରା ଦେଖିବାକୁ ଆସିଥିବା ଦୁଇ ନାବାଳିକାଙ୍କୁ ୪ ଜଣ ଦୂର୍ବୁତ ଅପହରଣ କରିନେଇଯାଉ ଥିବା ବେଳେ ଗ୍ରାମବାସୀ ମାନେ ୨ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି । ଅନ୍ୟ ତିନି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ଖବରରୁ ପ୍ରକାଶ ଯେ ରବିବାର ଭିମକାଣ୍ଡ ଗାଁରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଯାତ୍ରା ପରିବେଷଣ ହେଉଥିଲା । ଯାତ୍ରା ଦେଖିବାକୁ କୁଇଲିସୂତା ଗାଁରୁ ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ଆସିଥିଲେ। ବିଳମ୍ବିତ ରାତିରେ ପରିସ୍ରା ପାଇଁ ଦୁଇ ନାବାଳିକା ଓ ଜଣେ ପାଞ୍ଚ ବର୍ଷର ବାଳକ ବାହାରକୁ ଆସିଥିଲେ । ଠିକ୍‌ ଏହି ସମୟରେ ଆଗରୁ ଛପି ବସିଥିବା ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଉଠାଇ ନେଇଯାଇଥିଲେ।ସେହି ସମୟରେ ନାବାଳକ ଜଣଙ୍କ ଯାଇ ଗାଁର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିଥିଲେ । ଖବର ପାଇ କୁଇଲିସୂତା ଓ ଭିମକାଣ୍ଡ ଗାଁର କିଛି ଯୁବକ ଅଭିଯୁକ୍ତଙ୍କୁ ଘେରିଯାଇ ଦୁଇ ନାବାଳିକାକୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲେ । କିନ୍ତୁ ଅନ୍ୟ ତିନି ଅଭିଯୁକ୍ତ ସୁଯୋଗ ର ଫାଇଦା ଉଠାଇ ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଅଭିଯୁକ୍ତକୁ ଧରିବା ସହ ତଦନ୍ତ ଆରମ୍ଭ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।