You are currently viewing ଅପରିବର୍ତ୍ତିତ ରହିବ EWS ସଂରକ୍ଷଣ

ଅପରିବର୍ତ୍ତିତ ରହିବ EWS ସଂରକ୍ଷଣ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୦୭/୧୧ , ଆର୍ଥିକ ପଛୁଆବର୍ଗ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି। ସଂରକ୍ଷଣ ସପକ୍ଷରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସମ୍ବିଧାନ ଉଲ୍ଲଙ୍ଘନ କରୁନାହିଁ ବୋଲି ଜଜ କହିଛନ୍ତି ।

ଆର୍ଥିକ ପଛୁଆବର୍ଗଙ୍କ ପାଇଁ ଲାଗୁ ହୋଇଥିବା ସଂରକ୍ଷଣକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ଏହା ଅସାମ୍ବିଧାନିକ, ଏହାକୁ ହଟାଇବାକୁ କୋର୍ଟରେ ଆବେଦନ ହୋଇଥିଲା । ତେବେ ଏହି ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତର ୫ ଜଣିଆ ବେଞ୍ଚ, EWS ସଂରକ୍ଷଣ ସମର୍ଥନରେ ରାୟ ପ୍ରକାଶ କରିଛନ୍ତି । ଆର୍ଥିକ ପଛୁଆବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ ବୋଲି ବିଚାରପତି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।