You are currently viewing ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୩ ଗିରଫ

ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୩ ଗିରଫ

ନୂଆପଡା(ଏଏନଏସ)୨୧/୦୩, ବଜ୍ରକାପ୍ତା ଚୋରାଚାଲାଣ ବେଳେ ବାପ-ପୁଅଙ୍କ ସହ ୩ ଗିରଫ । ନୂଆପଡା ସିନାପାଲି ବନ୍ୟପ୍ରାଣୀ ଡିଭିଜନ ୩ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ପ୍ରାୟ ୧୦ କେଜି ଓଜନର ଏକ ଜୀବନ ବାଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୋଡ଼େନ ବ୍ଲକ ମାକରବିର୍ଲି ଗାଁର ମିନ ବାଗ, ପୁଅ ଯମୁନା ପ୍ରାସାଦ ବାଗ ଓ ମହୁଲପଡା ଗାଁର ପୁର୍ଣ୍ଣ ମାଝି । ସୂଚନା ଅନୁସାରେ, କୌଣସି ସୁତ୍ରରୁ ଖବର ପାଇ ସିନାପାଲି ବନ ଅଧିକାରୀ ମାକରବିର୍ଲି ଗ୍ରାମରେ ବଜ୍ରକାପ୍ତା ଥିବା ଜାଣିବାକୁ ପାଇଥିଲେ। ଏହାପରେ ଗ୍ରାହକ ସାଜି ସେଠାକୁ ଫୋନ୍ କରି ଡିଲ୍ କରିଥିଲେ । ଅଭିଯୁକ୍ତମାନେ ଏକ ବୋଲେରୋ ଯୋଗେ ବଜ୍ରକାପ୍ତା ଧରି ସେଠାକୁ ଆସିଥିବା ବେଳେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛି ସିନାପାଲି ବନ ବିଭାଗ।

ଅନ୍ୟମାନଙ୍କୁ ଜଣାନ୍ତୁ।