You are currently viewing ଷ୍ଟେଟ ବ୍ୟାଙ୍କରୁ ସୁନା ଚୋରି ଘଟଣା, ଜଣେ ଗିରଫ

ଷ୍ଟେଟ ବ୍ୟାଙ୍କରୁ ସୁନା ଚୋରି ଘଟଣା, ଜଣେ ଗିରଫ

କୋରାପୁଟ(ଏଏନଏସ)୧୬.୦୧.୨୦୨୨, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ଲକରରୁ ୧ କିଲୋ ୬୦୦ ଗ୍ରାମ ସୁନା ଚୋରି ହେବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏହି ଘଟଣାରେ ପୋଲିସ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆଙ୍କୁ ଗିରଫ କରିଛି। ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି ପୋଲିସ । ଆଉ ଅନ୍ୟ ଚୋରି ସୁନାକୁ ପାଇବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି  ।
ସୁଚନା ଅନୁସାରେ, ଗତ ୧୪ ତାରିଖରେ ଲକ୍ଷ୍ମୀପୁର ଶାଖାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରୁ ୧.୬ କିଲୋଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟ୍ ଅଭିଯୋଗ ହୋଇଥିଲା । ଏନେଇ ଲକ୍ଷ୍ମୀପୁର ଶାଖାର ପରିଚାଳକ ପୋଲିସ ନିକଟରେ  ଅଭିଯୋଗ କରିଥିଲେ । ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।