You are currently viewing ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ

ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ

ଭୁବନେଶ୍ୱର-୨୩.୦୯.୨୦୨୧, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ନିଜ ଟ୍ବିଟ କରି ସୂଚନା ଦିଆଯାଇଛି । ଗତକାଲି ଖୋର୍ଦ୍ଧା ନିକଟରେ ତାଙ୍କ କାରରୁ ୨ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା ।ତେବେ ଏତେ ଟଙ୍କା କେଉଁଠୁ ଆସିଲା ସେ ସମ୍ପର୍କରେ ସୁଶାନ୍ତ କିଛି ଉତ୍ତର ଦେଇପାରି ନ ଥିଲେ । ଏହା ପରେ ଭିଜିଲାନ୍ସ ଟିମ ମୋଟୁ ଆଇଆଇସିଙ୍କ ପୈତୃକ ଘର , କଟକ ରାଣୀହାଟସ୍ଥିତ ଶ୍ୱଶୁର ଘରେ ସମେତ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୦ଟି ବ୍ୟାଙ୍କର ପାସବୁକ ଓ ବିଭିନ୍ନ ଜମିଜମା କାଗଜ ସହିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା ।ଏହାକୁ ଆଧାର କରି ଭିଜିଲାନ୍ସ ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।