You are currently viewing ସୁଧୁରୁ ନାହାନ୍ତି ଅମାନିଆ

ସୁଧୁରୁ ନାହାନ୍ତି ଅମାନିଆ

ଭୁବନେଶ୍ୱର, ରାଜ୍ୟରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ କଟକଣାର ମୁକାବିଲା କରିବା ପାଇଁ ସରକାର କଟକଣାକୁ ଜୋରଦାର କରିଛନ୍ତି । କିନ୍ତୁ କିଛି ଅମାନିଆ ଏହି କଟକଣାର ଉଲଘଂନ କରୁଛନ୍ତି । ଏନେଇ ପୋଲିସ କର୍ମଚାରୀମାନେ ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ଅମାନିଆଙ୍କ ଠାରୁ ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା ଜରିମାନା ଆଦାୟ ହୋଇଛି । ଯାଞ୍ଚ ବେଳେ ୩ଟି ମାମଲା ରୁଜୁ, ୧୫ ଗିରଫ, ୭୪୯ଟି ଗାଡ଼ି ଜବତ ହୋଇଛି । ଏନେଇ ରାଜ୍ୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।