You are currently viewing ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ, ଘଣ୍ଟ ବାଡ଼େଇଲେ ବିରୋଧୀ

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ, ଘଣ୍ଟ ବାଡ଼େଇଲେ ବିରୋଧୀ

ଭୁବନେଶ୍ୱର(ଏଏନଏସ) ୦୯.୧୨.୨୦୨୧, ଆଜି ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି । ବିରୋଧୀ ଦଳ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଛନ୍ତି । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଏହା ସହ  ବିଜେପି ବିଧାୟକମାନେ ବିଧାନସଭା ଭିତରେ ଘଣ୍ଟ ବାଡେଇ ହଟ୍ଟଗୋଳ କରିଛନ୍ତି । ଗୃହରେ ହଟ୍ଟଗୋଳ ଯୋଗୁଁ ଶୁକ୍ରବାର ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେହିପରି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ଘଣ୍ଟ ମାଡ ମଧ୍ୟରେ ଖର୍ଚ୍ଚ ଦାବି ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ନଳକୂପ ବ୍ୟବସ୍ଥା ପାଇଁ ୪୧ କୋଟି ୬୬ ଲକ୍ଷ ଟଙ୍କା । ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ୯୭ କୋଟି ୬୯ ଲକ୍ଷ ଟଙ୍କା । ରାସ୍ତା ଆଲୋକୀକରଣ ପାଇଁ ୬୫ କୋଟି ୬୬ ଲକ୍ଷ ଟଙ୍କା । ଗ୍ରାମୀଣ ହାଟର ବିକାଶ ପାଇଁ ୫୦ କୋଟି ଟଙ୍କା । ପ୍ରମୁଖ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୩୩ ଲକ୍ଷ ଟଙ୍କା । ପ୍ରାଥମିକ ସ୍କୁଲ ଗୃହ ରକ୍ଷଣାବେକ୍ଷଣ ପାଇଁ ୫୨ କୋଟି ୩୩ ଲକ୍ଷ ଟଙ୍କା । ଜିଲ୍ଲାସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।