You are currently viewing ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ । ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଅକ୍ଟୋବର ୧୬ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ପ୍ରାର୍ଥିପତ୍ର ଦାଖଲ ପୂର୍ବାହ୍ନ ୧୧ରୁ ଅପରାହ୍ଣ ୩ଟା ଭିତରେ କରାଯିବା ନେଇ କହିଛନ୍ତି ନିର୍ବାଚନ କମିଶନର। ଆସନ୍ତା ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ୧୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବାକୁଥିବା ବେଳେ ୧୦ରେ ଭୋଟ୍ ଗଣତି ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।