You are currently viewing କଣ୍ଟେଇମୁଣ୍ଡିକୁ ମିଳିବ ଜିଆଇ ଟ୍ୟାଗ୍ !

କଣ୍ଟେଇମୁଣ୍ଡିକୁ ମିଳିବ ଜିଆଇ ଟ୍ୟାଗ୍ !

  • Post category:ଓଡିଶା
  • Reading time:1 mins read

ନୟାଗଡ(ଏଏନଏସ)୦୭/୧୨, ନୟାଗଡ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଜିଆଇ ଟ୍ୟାଗ୍ । ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବଡବାଣପୁର, କଣ୍ଟିଲୋ, ପଦ୍ମାବତୀ ଓ ଆଖପାଖ ଅଞ୍ଚଳରେ ଅମଳ ହେଉଥିବା ସ୍ୱତନ୍ତ୍ର କିସମର କଣ୍ଟାଯୁକ୍ତ ବାଇଗଣକୁ ମିଳିପାରେ ଭୌଗଳିକ ପରିଚୟ । ଆସନ୍ତା ୧ ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଗଲା ପରେ ଭୌଗଳିକ ପରିଚୟ ମାନ୍ୟତା ନେଇ ବିଧିବଦ୍ଧ ଘୋଷଣା ହୋଇପାରେ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।