You are currently viewing କାଲି ବଲାଙ୍ଗିର ବନ୍ଦ ଡାକରା

କାଲି ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗିର(ଏଏନଏସ) ୨୦.୧୦.୨୦୨୧, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି  ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଉଛି । ବନ୍ଦ ବେଳେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରହିବ । ତେବେ ଆଜି ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପିର ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ରହିଥିଲା ।  । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।