You are currently viewing ଆଜି୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ଆଜି୧୨ ଘଣ୍ଟା ବାଲେଶ୍ୱର ବନ୍ଦ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(ଏଏନଏସ)୧୬/୦୬, ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବାଲେଶ୍ୱର ସହର । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଛି । ବିପର୍ଯ୍ୟସ୍ତ ହୋଇପଡିଥିବା ଆଇନଶୃଙ୍ଖଳାକୁ ନେଇ ଏହି ପ୍ରତିବାଦ କରାଯାଇଛି । ବନ୍ଦ ଡାକରାରେ ୨୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛନ୍ତି । କିଛିଦିନ ମଧରେ ଜିଲ୍ଲାରେ ହତ୍ୟା ଲୁଟ ଓ ଆକ୍ରମଣ ବଢିବାରେ ଲାଗିଛି । ବିକ୍ଷୋଭକାରୀମାନେ ରାଜରାସ୍ତାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି । ଫଳରେ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।