You are currently viewing ବର୍ଦ୍ଧିତ୍ତ ତାପମାତ୍ରା ଯୋଗୁଁ ମଣିଷ ସହ ପଶୁପକ୍ଷୀ ଡହଳ ବିକଳ

ବର୍ଦ୍ଧିତ୍ତ ତାପମାତ୍ରା ଯୋଗୁଁ ମଣିଷ ସହ ପଶୁପକ୍ଷୀ ଡହଳ ବିକଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ୨୭/୦୪, ଜଳୁଛି ରାଜ୍ୟ ବଢୁଛି ତାପମାତ୍ରା। ଟାଇଁ ଟାଇଁ ଖରା ସାଙ୍ଗକୁ ଝାଞ୍ଜି ପବନ ଘରୁ ବାହାରିବା ମୁସକିଲ। ଏପ୍ରିଲରେ ହିଟ୍ ୱେଭ୍ ଚରମ ସୀମାରେ, ଜଳୁଛି ସାରା ରାଜ୍ୟ, ଜଳୁଛି ଭୁବନେଶ୍ବର । ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ମଣିଷ ତ ମଣିଷ ପଶୁ ପକ୍ଷୀ ବି ଡହଳ ବିକଳ ହେଉଛନ୍ତି ଗରମରେ । ଏହାରି ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କେମିତି ଅଛନ୍ତି ଜୀବଜନ୍ତୁ?

ଅସହ୍ୟ ତାତି । ତତଲା ପବନକୁ ଟାଣ ଖରାରେ ଜଳି ଯାଉଛି ଦେହ ମୁଣ୍ଡ । ଘରୁ ପଦାକୁ ବାହାରିବାକୁ ଇଚ୍ଛା ହେଉନି । ପ୍ରଚଣ୍ଡ ସୂର୍ଯ୍ୟ ତାପରେ ଅସ୍ତବ୍ୟସ୍ତ ହେଇ ଉଠିଛି ଜନଜୀବନ। ଯେଉଁଠି ଘରେ ରହି ମଣିଷ ତ୍ରାହି ପାଉନି ସେଠି ପଶୁ ପକ୍ଷୀଙ୍କ ଅବସ୍ଥା କଣ ହେଉଥିବ, ଅନୁମାନ କରନ୍ତୁ । ସେଥିପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ପଶୁ ପକ୍ଷୀମାନଙ୍କ ପାଇଁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା।

spray

ଅସହ୍ୟ ଗରମରେ  ହାତୀ ଉପରେ ପାଣି ସ୍ପ୍ରେ ହେଉଛି। ଶୋଷରେ ଡହଳ ବିକଳ ହେଉଥିବା ଛୁଆ ମାଙ୍କଡମାନଙ୍କୁ ପାଣି ପିଇବାକୁ ଦିଆଯାଉଛି ।ଗ୍ରୀଷ୍ମକୁ ନଜରରେ ରଖରଯାଇ ସବୁ ଦିନିଆ ରୁଟିନ ବ୍ୟବସ୍ଥା କୁ ବଦଳାଇଛନ୍ତି କତୃପକ୍ଷ । ଖରାଦିନକୁ ଆଖିରେ ରଖି କରାଯାଇଛି ବିଶେଷ ବ୍ୟବସ୍ଥା । ପଶୁମାନଙ୍କୁ ସକାଳୁ ଗାଧୋଇ ଦେବା ସହ ସେମାନଙ୍କୁ ପାଣି ସିଞ୍ଚନ କରାଯାଉଛି । ପୁଣି ଦିଆଯାଉଛି ଓଆରଏସ ପାଣି । ସେମାନେ କିପରି ଖରାରୁ ରକ୍ଷା ପାଇବେ ସେଥିଲାଗି ଲାଗି ଛାମୁଡିଆ କରାଯାଇଛ। ସେହିପରି ପକ୍ଷୀମାନେ କିପରି ଛାଇରେ ବସବାସ କରିବେ ସେଥିଲାଗି ନଡ଼ା ଛପର ଘର ସହ ଉପରୁ ସ୍ପ୍ରୀଙ୍କଲର୍ ପଦ୍ଧତିରେ ପାଣି ସିଞ୍ଚନ କରାଯାଉଛି ।

ହଠାତ୍ ତାପମାତ୍ରା ବଢିଥିବାରୁ ନନ୍ଦନ କାନନରେ ପଶୁ ପକ୍ଷୀଙ୍କ ଖାଇବା ପିଇବା ସହ ଯେମିତି ଶୀତଳତା ପାଇବେ ତାହାର ବନ୍ଦୋବସ୍ତ କରିଛନ୍ତି ନନ୍ଦନକାନନର କର୍ତ୍ତୃପକ୍ଷ । କେବଳ ସେତିକି ନୁହେଁ ସବୁ ଖୁଆଡ ବୁଲି ନିଜେ ତଦାରଖ କରୁଛନ୍ତି ନନ୍ଦନ କାନନ ନିର୍ଦ୍ଦେଶକ । ଖରାଦିନରେ ଜୀବଜନ୍ତୁମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ଗଠନ ହୋଇଛି ଡାକ୍ତରୀ ଟିମ୍ । କିପରି ସମସ୍ତ ଜୀବଜନ୍ତୁ ସୁରକ୍ଷିତ ରହିବେ ସେଥିପାଇଁ ସଜାଗ ଅଛନ୍ତି ପ୍ରାଣୀ ଉଦ୍ୟାନର ସବୁ କର୍ମଚାରୀ।

tiger

ଖରା ବଢ଼ୁଚି ତାତି ମଧ୍ୟ ବଢୁଛି ତେଣୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମୁଛି । ଦିନ ୧୧ଟା ପରେ ଖରା ଟାଣ ହେଲେ ପଶୁ ପକ୍ଷୀ ସବୁ ସେମାନଙ୍କ ବାସସ୍ଥଳୀରେ ଲୁଚି ରହୁଛନ୍ତି । ତେଣୁ ପର୍ଯ୍ୟଟକ ସେମାନଙ୍କୁ ଭଲ ଭାବେ ଦେଖିବାରୁ ବଞ୍ଚିତ ହେଉଛନ୍ତି । ଫଳରେ ସେମାନଙ୍କ ସଖ୍ୟା କମୁଛି । ସେପଟେ ଅବଶ୍ୟ ନନ୍ଦନ କାନନ ଭିତରେ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଜଳଛତ୍ର ଜରିଆରେ ପିଇବା ପାଣି ମଧ୍ୟ ବହଜୁଦ ରହିଛି।

ବଡୁଥିବା ତାତିକୁ ଦେଖି ଖରା ଦିନେ କିପରି ପଶୁ ପକ୍ଷୀମାନଙ୍କ ଯତ୍ନ ନିଆଯିବ ସେଲଗି ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ବସୁଛି। କିପରି ଅଂଶୁଘାତରୁ ପଶୁ ପକ୍ଷୀ ରକ୍ଷା ପାଇବେ ସେଥିଲାଗି ଗଠନ ହୋଇଛି ଡାକ୍ତରୀ ଟିମ୍।

ଅନ୍ୟମାନଙ୍କୁ ଜଣାନ୍ତୁ।