You are currently viewing ଆଜିଠୁ ଖୋଲିଲା ଭିତରକନିକା

ଆଜିଠୁ ଖୋଲିଲା ଭିତରକନିକା

  • Post category:ଓଡିଶା
  • Reading time:1 mins read


ରାଜନଗର,୦୫/୦୮: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଓ କରୋନା ମାହାମାରୀ ପାଇଁ ଦୀର୍ଘ ୩ ମାସ ହେବ ବନ୍ଦ ଥିଲା ଭିତରକନିକା । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତର କନିକା ଖୋଲାଜାଇଛି । ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଯାଇ ଭିତରକନିକା ବୁଲିପାରିବେ ।କିନ୍ତୁ ରାତ୍ରଯାପନ ପାଇଁ ଅନୁମତି ମିଳିନାହିଁ । ଭିତରକନିକାରେ ଡାଙ୍ଗମାଳ,ଖୋଳା ଏବଂ ଗୁପ୍ତି ପଥ ଦେଇ ପ୍ରବେଶ କରିପାରିବେ । କୋଭିଡ ନିୟମ ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ସଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।