You are currently viewing ବିଜୁ ଜନ୍ମ ଜୟନ୍ତୀ ଉତ୍ସବରେ ସାଇକେଲ ଶୋଭାଯାତ୍ରା

ବିଜୁ ଜନ୍ମ ଜୟନ୍ତୀ ଉତ୍ସବରେ ସାଇକେଲ ଶୋଭାଯାତ୍ରା

  • Post category:ଓଡିଶା
  • Reading time:1 mins read


ଜଗତସିଂହପୁର (5.3.23) : ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ କୁ ଜଗତସିଂହପୁର ବିଜେଡି ଦଳ ତରଫରୁବହୁ ଧୁମ ଧାମରେ ପାଳିତ ହୋଇଯାଇଛି l ଜଗତସିଂହପୁର ବିଜେଡି ବିଧାୟକ ତଥା ବିଜେଡି ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ତତ୍ୱାବଧାନରେ ଯୁବ, ଛାତ୍ର ବିଜେଡି ତରଫରୁ ଗାନ୍ଧୀ ଛକ ନିକଟରେ ଥିବା ଗାନ୍ଧୀ ପ୍ରତି ମୃତିରେ ମାଲ୍ୟା୍ପର୍ଣ୍ଣ ପରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ବାହାରିଥିଲା l ଏହି ଶୋଭାଯାତ୍ରାର ଶୁଭ ଉଦଘାଟନଦଳୀୟ ପତକା ହଲାଇ କରିଥିଲେ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ନଗର ବିଜେଡି ସଭାପତି ସତ୍ୟବ୍ରତ ମହାପାତ୍ର ( ବୁଲୁ ଭାଇନା ), ଜିଲ୍ଲା ବିଜେଡି ସଭାପତି ଦୀପ୍ତି ଦାସ, ବ୍ଲକ ଯୁବ ବିଜେଡି ସଭାପତି ସମ୍ବିତ ମହାନ୍ତି, ଛାତ୍ର ବିଜେଡି ସଭାପତି ସମୀର ଲେଙ୍କା, ଆଇନୀଜୀବୀ ଦୋଳଗୋବିନ୍ଦ ଦାଶ, ବ୍ଲକ ଉପାଧ୍ୟ କ୍ଷ୍ୟା ଚିତ୍ତରଞ୍ଜନ ବେହେରା, ଓ କର୍ମୀ ମାନେ ଶୋଭାଯାତ୍ରା ବାହାରି ବିଜୁପଟ୍ଟ ନାୟକ ଛକନିକଟରେ ଥିବା ବିଜୁ ବାବୁଙ୍କ ପ୍ରତି୍ମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା, ଅପରାହ୍ନ ୩ ଘଟିକା ସମୟରେ ସଦର ମହାକୁମା ସ୍ଥିତ ସାରଦା ମଣ୍ଡପ ରେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବା ସହିତ ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକର ଯୋଜନା ଗୁଡିକ କିଭଳି ଜନସାଧାରଙ୍କ ନିକଟରେ ପହଁଚି ପାରିବ ସେଥିପାଇଁ ଦଳୀୟ କର୍ମୀ, ଯୁବ, ଓ ଛାତ୍ର ବିଜେଡି କର୍ମୀ ମାନେ ଏହି ଯୋଜନାକୁ ସର୍ବ ସାଧାରଣଙ୍କ ନିକଟରେ ପହଞ୍ଚଇପାରିବେ ସେଥିପାଇଁ ବିଧାୟକ ପରାମର୍ଶ ଦେଇ ଥିଲେ l ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ କହିଲେ ଅତୁକ୍ତି ହେବ l

ଅନ୍ୟମାନଙ୍କୁ ଜଣାନ୍ତୁ।