You are currently viewing ଗିରଫ ହେଲା ସାଇକେଲ ଚୋର

ଗିରଫ ହେଲା ସାଇକେଲ ଚୋର

ହିଂଜିଳି (ଏଏନଏସ) ୨୩/୧୧:  ଜବତ ହେଲା ଚୋରି ହୋଇଥିବା ୧୨ ଟି ସାଇକଲ ।  ଏହା ସହ ଏଥିରେ  ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହିଂଜିଳି ପୁଲିସ । ଅଭିଯୁକ୍ତ ଜଣଙ୍କ ଗଂଜାମ ଜିଲ୍ଲା ବୁରୁପଡ଼ା  ଅଞ୍ଚଳର  ମିଟୁ ଦଳେଇ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ହିଂଜିଳିକାଟୁ ଓ ଏହାର ଆଖପାଖ ଅଂଚଳ ଭିତରେ ଗତ କିଛି ଦିନ ହେଲା ବହୁ ଲୋକଙ୍କର ସାଇକେଲ ଚୋରି ହେଉଥିଲା।  ସାଇକେଲ ଚୋରି ସଂପର୍କରେ ହିଂଜିଳି ଥାନାରେ ଅଭିଯୋଗ ହେଉଥିଲା। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ  ନିର୍ଦ୍ଦେଶକ୍ରମେ ଗ୍ଦସ ରାଘବ ପ୍ରଧାନ, କନେଷ୍ଟେବଲ ବସନ୍ତ ଉପାଧ୍ୟୟ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ,କୃଷ୍ଣ ଦଳେଇ, ଜିତେନ୍ଦ୍ର ଗଉଡ଼ ପ୍ରମୁଖ  ଏକ ସ୍ବତନ୍ତ୍ର ଟିମ୍ ଗଠନ   କରି  ଚଢାଉ କରି ୧୨ଟି ଚୋରି ସାଇକେଲ ଜବତ  କରିବା ସହ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।