You are currently viewing ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ ନିୟୋଜିତ

ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ ନିୟୋଜିତ

ଟାଙ୍ଗୀ(ଏଏନଏସ)୦୪.୦୧.୨୦୨୨, ଆଜିଠୁ ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ସମଗ୍ର ଚିଲିକା ତଥା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ଡିଭିଜନର ୫ଟି ଜୋନରେ  ଗଣନା ପକ୍ଷୀ ଗଣନା କରାଯିବ।
ଏହି ଗଣନା କାର୍ଯ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ନୂଆପଡା , ଟାଙ୍ଗୀରେ ମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ ଜଣ ଲଖାଏଁ ଗଣନାକାରୀ ଅଛନ୍ତି ।ଏହି ଗଣନା କାର୍ଯ୍ୟ ପାଇଁ ୧୦୦ ଜଣ ନିୟୋଜିତ ହୋଇଛନ୍ତି । ବାଇନାକୁଲାର୍, ବାର୍ଡସ୍ ଗାଇଡ୍ ବୁକ୍ , ବାର୍ଡ ଏକ୍ସପର୍ଟଙ୍କ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି ।  ୧୯ଟି ଟିମ୍ ଜଳ ଭାଗରେ ଏବଂ ୨ଟି ଟିମ୍ ସ୍ଥଳ ଭାଗରେ ଗଣନା କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଚିଲିକାକୁ ରେକର୍ଡ ସଂଖ୍ୟକ ୧୨ ଲକ୍ଷ ୪୨ ହଜାର ୮୨୬ ବିଦେଶୀ ପକ୍ଷୀ ଆସିଥିଲେ । ସେହିପରି ତା’ ପୂର୍ବବର୍ଷ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀ ଆସିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।