prasanna

ସମ୍ବଲପୁରରୁ ଭୁବନେଶ୍ୱର ହସ୍ପିଟାଲକୁ ଏୟାରଲିଫ୍ଟ ହେବେ ପ୍ରସନ୍ନ ଆଚାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଗତକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ ଗାଡ଼ି । ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ବେଳେ ତାଙ୍କ ପିଏସ୍ଓ ଏବଂ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । 

ସୂଚନାଯୋଗ୍ୟ ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଫଳରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଥିଲେ | ଘଟଣାସ୍ଥଳରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ତାପରେ ବିଜେଡି କର୍ମୀମାନେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଆଉ କିଛି ସମୟ ଭିତରେ ତାଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।