You are currently viewing ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ହେତୁ ବିଜେଡି ପକ୍ଷରୁ ପ୍ରତିବାଦ

ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ହେତୁ ବିଜେଡି ପକ୍ଷରୁ ପ୍ରତିବାଦ

ପୁରୀ(ଏଏନଏସ) ୨୨/୧୧: ରନ୍ଧନ ଗ୍ୟାସ ର ଅହେତୁକ ତଥା ଅତ୍ୟାବଶ୍ୟକ ସାମଗ୍ରୀ ର ବର୍ଦ୍ଧିତ ମୂଲ୍ୟ ହେତୁ ବିଜେଡି ପକ୍ଷରୁ ପ୍ରତିବାଦ । ଆଜି ପ୍ରତି ଜିଲ୍ଲା ରେ କେନ୍ଦ୍ର ସରକାରଙ୍କ ବିରୋଧ ରେ ପ୍ରତିବାଦ , ଧାରଣା ଓ ରାଲି କରାଯାଇଛି। ଏହାରି ମଧ୍ୟରେ ପୁରୀରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ଓ ଧାରଣା କରାଯାଇଛି । ଏହି ପ୍ରତିବାଦ ସଭା ଜିଲାପାଳଙ୍କ ଅଫିସ ଆଗରେ ଅନୁଷ୍ଠିତ ହୋଇଥିଲା ।

ବିଜେଡି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦରବୃଦ୍ଧି କରାଇ ଶୋଷଣ କରୁଛି। ରନ୍ଧନ ଗ୍ୟାସ ର ଆକାଶ ଛୁଆଁ ହୋଇ ଥିବା ବେଳେ ପେଟ୍ରୋଲ , ଡିଜେଲ , ଖାଇବା ତେଲ , ଡାଲି ଆଦି ନିତ୍ୟ ବ୍ୟବହାର ଜିନିଷ ଆହେତୁକ ମୂଲ୍ୟ ବୃଦ୍ଧି ହେତୁ ସ୍ୱଳ୍ପ ରୋଜଗାର ବ୍ୟକ୍ତି ଓ ଶ୍ରମିକ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଜେପି ସରକାରଙ୍କ ଏକ ନାରା ଥିଲା ଯାହା ହେଉଛି ‘ଆଛେ ଦିନ ଆଏଙ୍ଗେ ’ । କିନ୍ତୁ ରନ୍ଧନ ଗ୍ୟାସ ପେଟ୍ରୋଲ , ଡିଜେଲ , ଖାଇବା ତେଲ , ଡାଲିର ମୂଲ୍ୟ ବୃଦ୍ଧି ହେବା ପରେ ଯୁବ ବିଜେଡି ନେତା ଏହି ନାରା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଯଦି କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଶୀଘ୍ର ଦର ହ୍ରାସ ନ କରନ୍ତି ତାହା ହେଲେ ବିଜେଡି ଆଗାମୀ ଦିନରେ ଲୋକଙ୍କ ସ୍ଵାର୍ଥ ପାଇଁ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।