You are currently viewing ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର, ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏବେ ବର୍ଦ୍ଧିତ ହୋଳଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ନଆସିବା ଯାଏ ପୁରୁଣା ଦରରେ ହୋଲ୍ଡିଂ ଟିକସ ଆଦାୟ ହେବ । ସୂଚନାଯୋଗ୍ୟ ଯେ, ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ବିରୋଧ କରି ଆଜି ପ୍ରଦେଶ କଂଗ୍ରେସ ତରଫରୁ ବିଏମସି ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।