You are currently viewing ଶ୍ୱଶୁରର ପ୍ରାଣ ନେଲା ବୋହୂ

ଶ୍ୱଶୁରର ପ୍ରାଣ ନେଲା ବୋହୂ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(ଏଏନଏସ)୧୪/୦୪ ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମର ଜଣେ ବୃଦ୍ଧଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ବୃଦ୍ଧ ଜଣଙ୍କ ହେଲେ ରଘୁନାଥ ଜେନା (୭୫) । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁସି ହତ୍ୟା କରାଯାଇଛି । ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବୃଦ୍ଧ ଜଣଙ୍କ ଶୋଇଥିବା ବେଳେ ଏଭଳି କାଣ୍ଡ ଘଟିଛି । କେହି ଦୁବୁର୍ତ୍ତ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ମୃତକଙ୍କ ପରିବାର ତରଫରୁ ରେମୁଣା ଥାନା ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଘଟଣାରୁ ପ୍ରକାଶ ଯେ ରଘୁନାଥଙ୍କର ବଡ ପୁଅ ବୋହୂ ବାହାରେ ରହୁଥିବା ବେଳେ ସାନ ପ୍ରୁ ବୋହୂ ଗାଁରେ ରୁହନ୍ତି । ଶୁଣିବାକୁ ମିଳୁଛି ସାନ ବୋହୂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲା । ରଘୁନାଥ ଏକଥା ଜାଣିବା ପରେ ଉତ୍‌କ୍ଷିପ୍ତ ହୋଇ ବଡ ପୁଅକୁ ସବୁ କଥା ଜଣାଇବେ ବୋଲି ଧମକ ଦେଇଥିଲେ । ବଡ ପୁଅ ସକାଳୁ ଆସି ପହଞ୍ଚିବା ଆଗରୁ ସାନ ବୋହୂ ରାତିରେ ଶାବଳରେ ଭୂସି ହତ୍ୟା କରିଥିବା ଶୁଣାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।